+୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ, ୧୭ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବୁଧବାର ଶେଷ ହୋଇଛି। ମୋଟ ୮୪୪୮ ଅଧ୍ୟାପକ ଅଧ୍ୟାପିକା ୧୫୧ ପରୀକ୍ଷା କେନ୍ଦ୍ରରେ ଖାତା ଦେଖିଥିଲେ। ଆସନ୍ତା ୧୭ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା। ଏହି ଦ୍ବିତୀୟ ପର୍ଯ୍ୟାୟରେ ୧୫୧ ମୂଲ୍ୟାୟନ କେନ୍ଦ୍ରରେ ୮୩୪୩ ଅଧ୍ୟାପକ ଖାତା ଦେଖିବେ। ବିଜ୍ଞାନର ୭ଟି, ବାଣିଜ୍ୟର ୨ଟି, କଳାର ୫ଟି ବିଷୟ ସହ ଧନ୍ଦାମୂଳକ ଶିକ୍ଷାର ଟ୍ରେଡ୍ ପେପର ଖାତା ଦେଖାଯିବ। ୨୮ରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହେବ।
Powered by Froala Editor