ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷା, ୮ ସ୍ଥାନରେ ୪୦ ଡିଗ୍ରୀ ଟପିଛି ତାପମାତ୍ରା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷୁଛି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ମଙ୍ଗଳବାର ରାଜ୍ୟର ଦିନ ତାପମାତ୍ରା ଟିଟିଲାଗଡ଼ରେ ୪୧.୭ ଡିଗ୍ରୀ ଛୁଇଁଛି। ସମ୍ବଲପୁର ଓ ହୀରାକୁଦରେ ପାରଦ ୪୧.୫ ଡିଗ୍ରୀ ରହିଛି। ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୧, ତାଳଚେରରେ ୪୦, ବଲାଙ୍ଗିରରେ ୪୦.୩, ସୁବର୍ଣ୍ଣପୁରରେ ୪୦.୬, ଭୁବନେଶ୍ବରରେ ୩୭.୩ ଏବଂ କଟକରେ ୩୭ ଡିଗ୍ରୀ ରହିଛି।
ଅନୁଗୋଳରେ ୩୯.୭, ସୁନ୍ଦରଗଡ଼ ଓ ମାଲକାନଗିରିରେ ୩୯.୪, ବୌଦ୍ଧରେ ୩୯.୯, ପାରଳାଖେମୁଣ୍ଡିରେ ୩୯, ଢେଙ୍କାନାଳରେ ୩୯.୧, ବରଗଡ଼ରେ ୩୯.୨ ଏବଂ ନୂଆପଡ଼ାରେ ୩୯.୫ ଡିଗ୍ରୀ ପାରଦ ରହିଛି। ଆସନ୍ତା ୨୪ ଘଣ୍ଟାରେ ଟିଟିଲାଗଡ଼, ବଲାଙ୍ଗିର, ନୂଆପଡ଼ା, ଭବାନୀପାଟଣା, ବୌଦ୍ଧ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ରାଉରକେଲା, ଅନୁଗୋଳରେ ତାତି ବଢ଼ିପାରେ। ୧୬ରୁ ୨୦ ଯାଏ ପଶ୍ଚିମର କିଛି ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ।
Powered by Froala Editor