ଟିଟିଲାଗଡ ସବୁଠାରୁ ଉତ୍ତପ୍ତ ସହର
ଆଗାମୀ କିଛି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏପ୍ରିଲ ମାସ ଆରମ୍ଭରୁ ସତେ ଯେମିତି ଆକାଶରୁ ଏବେ ନିଆଁ ବର୍ଷୁଛି। ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।
ଟିଟିଲାଗଡ ୩୯.୫ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ରେକର୍ଡ କରାଯାଇଛି । ୧୨ ଓ ୧୩ ତରିଖରେ ପାଗ ଶୁଖିଲା ରହିବ ୧୪ ଏବଂ ୧୫ ତାରିଖରେ ଗଂଜାମ ଗଜପତି ରାୟଗଡା ର କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି । ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ୧୨ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ଉପକୂଳ ଓଡିଶାକୁ ସତର୍କ ଜାରି କରାଯାଇଛି । ସେହିଭଳି ୧୪ ରୁ ୧୬ ଏପ୍ରିଲ ପର୍ଯ୍ୟନ୍ତ ହିଟ ୱେଭ ଚେତବାନୀ ଦିଆଯାଇଛି ।
ବିଶେଷ କରି ସହରୀ ଅଞ୍ଚଳରେ କଂକ୍ରିଟ୍ ଜଙ୍ଗଲ ଯୋଗୁଁ ତାତିର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି।
Powered by Froala Editor