ପ୍ରେମରେ ଅସଫଳ, ୧୩୨ କେଭି ଟାୱାର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ବର: ପ୍ରେମ ପାଇଁ ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢିଗଲେ ଯୁବକ। ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଥିବା ୧୩୨ କେଭି ଟାୱାର ଉପରକୁ ଚଢି ଯାଇଥିଲେ ଜଣେ ଯୁବକ। ଦୁଇ ଘଣ୍ଟା ଧରି ଟାୱାର ଉପରେ ରହି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ସମୟ ଧରି ନିଜ ପରିଚୟ ଦେଉନଥିବା ଯୁବକ ଜଣକ କିଛି ନଶୁଣି ଚୁପ ରହିଥିଲେ। ଖବର ପାଇ ଘଷିପୁରା ପୁଲିସ ପହଞ୍ଚି ବୁଝାସୁଝା କରି ଯୁବକଙ୍କୁ ତଳକୁ ଆଣିଥିଲେ। ଯୁବକ ଜଣକ ଶଗଡ଼ପଟା ଖଡ଼ିବାହାଳି ଅଞ୍ଚଳର ଲୁଲୁ ନାୟକ ବୋଲି ଜଣାପଡ଼ିଛି।ପ୍ରେମରେ ଅସଫଳ ହେବାପରେ ଟାୱାର ଉପରେ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।
Powered by Froala Editor