ମା ଭଦ୍ରକାଳୀଙ୍କ ପୀଠରୁ ଲୁଟ
ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମାଙ୍କ ପୀଠରୁ ଚୋରି କରିଥିବା ଅଭିଯୋଗ ହୋଇଛି। ଭୋର ସମୟରେ ଆଜି ମା ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର ଦେଖିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଏବଂ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଡଗ୍ ସ୍କ୍ଵାର୍ଡ ପହଞ୍ଚି ଘଟଣାରେ ଛାନଭିନ୍ ଆରମ୍ଭ କରିଛି ।
Powered by Froala Editor