କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ବେଙ୍ଗାଲୁର : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇ ଶପଥ ଗ୍ରହଣ କରିଛନ୍ତି । ବିଏସ ୟେଦୁରପ୍ପା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ କିଏ ନେବେ ତାହାକୁ ନେଇ ଯେଉଁ ଚର୍ଚ୍ଚା ଜାରି ରହିଥିଲା ତାହାର ଅବସାନ ଘଟିଛି । ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା ।
୧୯୬୦ ଜାନୁଆରୀ ୨୮ରେ ବସବରାଜ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମାଇଙ୍କ ପୁଅ । ବାପାଙ୍କ ପଥ ଅନୁସରଣ କରି ସେ ଜଣେ ସଫଳ ରାଜନେତା ହୋଇପାରିଛନନ୍ତି । ଜଣେ ଯନ୍ତ୍ରୀ, କୃଷିବିତ ଓ ଶିଳ୍ପପତି ଭାବେ ସେ ବେଶ ପରିଚିତି ହାସଲ କରିଛନ୍ତି ।
ତାଙ୍କର ପୂରା ନାମ ହେଉଛି ବସବରାଜ ସୋମପ୍ପା ବୋମାଇ । ୨୦୦୮ରୁ ସେ ଲଗାତର କର୍ଣ୍ଣାଟକ ବିଧାନସଭାର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ବିଧାନ ପରିଷଦର ସଭ୍ୟ ମଧ୍ୟ ରହିଥିଲେ । ପୂର୍ବରୁ ସେ ରାଜ୍ୟର ଗୃହ, ଆଇନ, ସଂସଦୀୟ ବ୍ୟାପାର, ଜଳସମ୍ପଦ ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଜନତା ଦଳରୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।
Powered by Froala Editor