ଦିନକରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ ଆକ୍ରାନ୍ତ
ଭୁବନେଶ୍ୱର : ଭାରତରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆର୍ଥିକ ସ୍ଥିତିକୁ ଦେଖି ଲକଡାଉନ ଓ ସଟଡାଉନ କରାଯାଉନଥିବାରୁ କରୋନା ହୁହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୧ ହଜାର ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଏଯାବତ ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୮୭୯ ଜଣ କରୋନାରେ ମୃତୁ୍ୟବରଣ କରିଥିବାବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୭୧ ହଜାର ୫୮ରେ ପହଁଚିଛି ।
ଦେଶରେ କୋଭାକ୍ସିନ ଓ କୋଭିସିଲଡ଼ ଟିକାକୁ ଅନୁମତି ମିଳିଥିବାବେଳେ ପର୍ଯ୍ୟାପ୍ତ ଟିକା ଉପôାଦନ ହୋଇପାରୁନାହିଁ । ଏଭଳି ସମୟରେ ଋଷିଆର ସ୍ପୁଟନିକ ଭିକୁ ଜରୁରୀକାଳୀନ ଭାବେ ବ୍ୟବହାର କରିବା ପାଇଁ ଡିିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି ।