ଏଲ୍ପିଜି ସଙ୍କଟ: ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ବାୟୋମେଟ୍ରିକ ବ୍ୟବସ୍ଥା
ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖିର ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏନେଇ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଫଳରେ କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ଚିହ୍ନଟ କରାଯାଇପାରିବ। ଅନ୍ୟପକ୍ଷରେ ଗ୍ୟାସ୍ ସିଲିଣ୍ଡର ଯୋଗାଣ ଚାପ ହ୍ରାସ କରିବା ଲାଗି ପିଏନ୍ଜି ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପ୍ ଲାଇନ ସଂଯୋଗ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ତୈଳ ଓ ଗ୍ୟାସ୍ କମ୍ପାନୀ ଗୁଡ଼ିକୁ ସହଯୋଗ କରିବାକୁ ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏଲ୍ପିଜି ଓ ପେଟ୍ରୋଲିୟମ୍ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି।
ପିଏନ୍ଜି ସଂଯୋଗ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲାପାଳଙ୍କୁ କୁହାଯାଇଛି। ଆଗାମୀ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ପିଏନ୍ଜି ସଂଯୋଗକୁ ପ୍ରାଧାନ୍ୟ ଦେବାକୁ ନିେର୍ଦଶ ଦିଆଯାଇଛି।
Powered by Froala Editor