ସ୍କୁଟିକୁ ଧକ୍କା ଦେଲା ମାଲବାହୀ ଗାଡି
କଟକ: ଓଏମପି-ନୂଆବଜାର ତାଳଦଣ୍ଡା କେନାଲ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଶୁଭଲକ୍ଷ୍ମୀ ସ୍ୱାଇଁ(୧୩) ଏବଂ ବିଶ୍ୱଜିତ ପଣ୍ଡା(୨୨) ବୋଲି ଜଣାପଡିଛି। ଜଣେ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସମସ୍ତେ ବୈଶାଖୀ ବାଣିଜ୍ୟ ମେଳା ବୁଲିବାକୁ ଯାଇ ଫେରିବାବେଳେ ସ୍କୁଟିକୁ ଏକ ମାଲବାହୀ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor