ବିରାଟ ଅହିରାଜ ସାପ ଉଦ୍ଧାର
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଞ୍ଚାୟତ ଗୁଣ୍ଡୁରୀସାହି ଗ୍ରାମର ରତ୍ନାକର ବେହେରାଙ୍କ ଘରୁ ବନ ବିଭାଗ ଏବଂ ସ୍ନେକ ହେଲ୍ପଲାଇନ ଟିମ ମିଳିତ ଉଦ୍ୟମରେ ୧୫ ଫୁଟ ଲମ୍ବର ବିରାଟ ଅହିରାଜ ସାପ ଉଦ୍ଧାର କରିଛି। ଉଦ୍ଧାର ପରେ ସାପଟିକୁ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ପଦ୍ମତୋଳାରେ ଛଡା ଯାଇଥିବା ସୂଚନା ମିଳିଛି। ପଦ୍ମତୋଳାରେ ସାପଟିକୁ ଛଡା ଯିବା ସମୟରେ କୁଶଙ୍ଗ ରେଞ୍ଜ ଅଫିସର ସଂସାର ବର୍ଗିଆ, ହରଭଙ୍ଗା ବନପାଳ ଦିଗାମ୍ବର ଉପସ୍ଥିତ ଥିଲେ।
Powered by Froala Editor