ୟେଦୁରପ୍ପାଙ୍କ ଇସ୍ତଫାକୁ ନେଇ ଅସନ୍ତୋଷ, ଏମିତି କହିଲେ ସମର୍ଥକ

ବେଙ୍ଗାଲୁରୁ : ୟେଦୁରପ୍ପାଙ୍କ ଇସ୍ତଫାକୁ ନେଇ ଲିଙ୍ଗାୟତ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବଲେହୋସର ମଠର ଦିଙ୍ଗଲେଶ୍ୱର ସ୍ୱାମୀ ପୁଣିଥରେ ତାଙ୍କ କଥା ଦୋହରାଇଛନ୍ତି । ସେ କହିଛନ୍ତି ୟେଦୁରପ୍ପା ଅତ୍ୟନ୍ତ କଷ୍ଟରେ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ବିଜେପି ଲୁହରେ ଭାସିଯିବ ।
୭୮ ବର୍ଷୀୟ ବିଏସ ୟେଦୁରପ୍ପା ୪ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି । କିନ୍ତୁ କେବେ ବି ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଶେଷ କରି ପାରିନାହାନ୍ତି । ୟେଦୁରପ୍ପା ନଭେମ୍ବର ୧୨, ୨୦୦୭ରେ ପ୍ରଥମ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇ ମାତ୍ର ୭ ଦିନ ପରେ ଇସ୍ତଫା ଦେଇଥିଲେ । ଏହାପରେ ସେ ପୁଣିଥରେ ୨୦୦୮, ମେ’ ୩୦ ତାରିଖରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଅଗଷ୍ଟ ୪, ୨୦୧୧ରେ ସେ ଇସ୍ତଫା ଦେଲେ । ଦ୍ୱିତୀୟ ଥର କାର୍ଯ୍ୟକାଳରେ ସେ ୩ ବର୍ଷ ୬୬ ଦିନ କ୍ଷମତାରେ ରହିଥିଲେ । ଏହାପରେ ୧୭ ମେ’, ୨୦୧୮ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ମାତ୍ର ୬ ଦିନ ପରେ ସେ ଇସ୍ତଫା ଦେଇଥିଲେ । ୨୦୧୮ ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୫ଟି ଆସନ ମିଳିଥିଲା । ବଡ଼ଦଳ ଭାବେ ବିଜେପି ରାଜ୍ୟରେ ସରକାର ଗଠନ କଲା । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସଂଖ୍ୟଗରିଷ୍ଠତା ନମିଳିବାରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ଜୁଲାଇ ୨୬,୨୦୧୯ରେ ସେ ନାଟକୀୟ କ୍ରମରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇ ଇସ୍ତଫା ଦେଇଛନ୍ତି ।
Powered by Froala Editor