ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ବିଜେଡି ଛାଡିଲେ ଆଉ ଦୁଇ ଜଣ
ଭୁବନେଶ୍ୱର: ବସ୍ତାରେ ଭୁଶୁଡ଼ିଲା ବିଜେଡି ଗଡ଼। ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଆଜି ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ସଭାପତି ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଥିବା କୁହାଯାଉଛି।
Powered by Froala Editor