ଆଜି ରାଜ୍ୟସଭା ନିର୍ବାଚନ : ୫ ପ୍ରାର୍ଥୀଙ୍କ ୪ଟି ଆସନରେ ଭାଗ୍ୟ ପରୀକ୍ଷା
ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାରେ ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ୧୪୭ ବିଧାୟକ ନିଜ ମତାଧିକାର ସାବ୍ୟସ୍ତ କରିବେ। ମତଦାନ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବ।
ସେମାନଙ୍କ ମଧ୍ୟରୁ ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପୁଣି ଥରେ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପାର୍ଟି ପ୍ରାର୍ଥୀ କରିଛି। ଦିଲୀପ ରାୟ ଶାସକ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଅପରପକ୍ଷେ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସହ ମିଳିତ ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତା ୪ର୍ଥ ଆସନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି।
Powered by Froala Editor