ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ
ଜାମ୍ମୁ: ଜାମ୍ମୁ-କାଶ୍ମୀର ପୁଲିସ ଜାମ୍ମୁ ଜିଲା ଅନ୍ତର୍ଗତ ବାହାଦୂରପୁରା ଗ୍ରାମ ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରୁ ୮ କୋଟି ଟଙ୍କାର ହେରାଇନ ଜବତ କରିଛି। ଖୋଲା ପଡିଆରେ ଏକ ପ୍ୟାକେଟ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ପ୍ୟାକେଟରେ ୧.୫ କିଲୋ ଓଜନର ହେରୋଇନ ରହିଥିବା ଜଣାପଡିଥିଲା। ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୮ କୋଟି ହେବ ବୋଲି ଆକଳନ କରାଯାଇଛି।
Powered by Froala Editor