ଆଜି ଗୃହରେ ରନ୍ଧନ ଗ୍ୟାସ୍ ଅଭାବ ପ୍ରସଙ୍ଗ: ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ଵର : ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ୪ର୍ଥ ଦିନ । ଆଜି ଗୃହରେ ରନ୍ଧନ ଗ୍ୟାସ୍ ଅଭାବ ପ୍ରସଙ୍ଗ ଉଠିଛି। ବିଧାନସଭାରେ ବିରୋଧୀ ବିଧାୟକମାନଙ୍କ ହୋହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭରୁ ଗ୍ୟାସ୍ ସମସ୍ୟାକୁ ନେଇ ହଟ୍ଟଗୋଳ ଦେଖିବାକୁ ମିଳିଛି। ଯାହାକୁ ନେଇ ବାଚସ୍ପତି ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ଘୋଷଣା କରିଥିଲେ। ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁର୍ନବାର ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ବାଚସ୍ପତି ୧୨ଟା ୧୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।
Powered by Froala Editor