ରାଜ କୁନ୍ଦ୍ରାଙ୍କ ବିରୋଧରେ ୪ କର୍ମଚାରୀ ସାକ୍ଷ୍ୟ ଦେବେ!
ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ମୁମ୍ବାଇ ପୁଲିସ ପରେ ଏବେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ତାଙ୍କ ମାମଲାର ତଦନ୍ତ କରିପାରେ । ବିଦେଶୀ ମୁଦ୍ରା ବିନିମୟ ଆଇନ ଅଧୀନରେ ଇଡି ମାମଲା ରୁଜୁ କରିବା ସମ୍ଭାବନା ରହିଛି । ମୁମ୍ବାଇ ପୁଲିସଠାରୁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଏଫଆଇଆର ମଗାଇଛି । ତେବେ ଏଥିସହିତ ଆଉ ଏକ ଅଡୁଆ ହେଲା ରାଜ କୁନ୍ଦ୍ରାଙ୍କ ଚାରି ଜଣ କର୍ମଚାରୀଙ୍କୁ ଉକ୍ତ ମାମଲାରେ ସାକ୍ଷୀ କରାଯିବାର ସମ୍ଭାବନା ରହିଛି । ରାଜଙ୍କ କମ୍ପାନୀ ଭାୟାନ ଇଣ୍ଡଷ୍ଟି୍ରଜରେ ଏମାନେ କାମ କରୁଛନ୍ତି । ଏକ ସୂତ୍ରରୁ ଜଣାଯାଇଛି ଯେ ରାଜ ତଦନ୍ତରେ ଭଲ ଭାବେ ସହଯୋଗ କରୁନଥିବାରୁ ତାଙ୍କର ୪ ଜଣ କର୍ମଚାରୀଙ୍କୁ ଏଥିପାଇଁ ସାକ୍ଷୀ କରାଯାଇପାରେ । କୁନ୍ଦ୍ରାଙ୍କ ସହିତ ସେମାନଙ୍କୁ ସାମ୍ନାସାମ୍ନି କରାଯିବ ବୋଲି ଜଣାପଡ଼ିଛି ।
Powered by Froala Editor