ପଦକ ଜିତିବା ପରେ ଫଟୋ ପୋଜ ପାଇଁ ମାସ୍କ ଖୋଲି ପାରିବେ ବିଜେତା

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ପଦକ ବିଜେତାମାନଙ୍କ ପାଇଁ ସାମୟିକ ଭାବେ କୋଭିଡ କଟକଣାରୁ ମୁକ୍ତି ଦିଆଯାଇଛି । ପଦକ ଜିତିବା ପରେ ସେମାନଙ୍କୁ ପୋଡିୟମ ଉତ୍ସବ ବେଳେ ୩୦ ସେକେଣ୍ଡ ପାଇଁ ମୁଖା ଖୋଲି ଫଟୋ ପାଇଁ ପୋଜ ଦେବାକୁ ଅନୁମତି ପ୍ରଦାନ କରାଯାଇଛି । କୋଭିଡ ପ୍ରୋଟୋକଲ ଲାଗି ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀଙ୍କୁ ସବୁବେଳେ ମୁଖା ପରିଧାନ ଲାଗି ପୂର୍ବରୁ ନିଦେ୍ର୍ଧଶ ରହିଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସୀମିତ (ଆଇଓସି) କିନ୍ତୁ ରବିବାର ଏଥିରେ ସାମାନ୍ୟ କୋହଳ କରିଛି । ଶାରୀରିକ ଦୂରାନ୍ତରୁ ଗ୍ରୁପ ଫଟୋ ଉଠିବା ବେଳେ ପଦକ ବିଜେତାମାନେ ଏଣିକି ୩୦ ସେକେଣ୍ଡ ପାଇଁ ମୁଖା ଖୋଲିପାରିବେ । ଖେଳାଳିମାନେ ନିଜ ନିଜର ଏହି ସ୍ମରଣୀୟ ମୁହୂର୍ତ୍ତ ଓ ବିରଳ ଭାବାବେଗକୁ ସାଇତି ରଖିବାର ସୁଯୋଗ ପାଇବେ । କିନ୍ତୁ ସେହି ୩୦ ସେକେଣ୍ଡ ବାଦ ଖେଳାଳିମାନେ କୌଣସି ମତେ ମୁଖା ନ ଖୋଲିବା ପାଇଁ ଆଇଓସି ସଂଶୋଧିତ ପ୍ରୋଟୋକଲରେ ନିଦେ୍ର୍ଧଶ ଦେଇଛି ।
Powered by Froala Editor