ଆଜି ୧ କୋଟି ୨ ଲକ୍ଷ ୧୨ ହଜାର ୧୬୫ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି ଟଙ୍କା
ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ପ୍ରାୟ ୧ କୋଟି ୨ ଲକ୍ଷ ୧୨ ହଜାର ୧୬୫ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି ଟଙ୍କା। ରାଜ୍ୟ ସରକାର ୫ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ପୁରୁଣା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା ଦିଆଯିବ। ଜାନୁଆରୀରେ ପାଇଥିବା ୨ ଲକ୍ଷ ୧୩ହଜାର ୧୯୮ ନୂଆ ହିତାଧିକାରୀ ଏବଂ ଅଭିଯୋଗରୁ ଆସିଥିବା ୩୬,୩୮୫ ହିତାଧିକାରୀ ଦ୍ବିତୀୟ କିସ୍ତି ଟଙ୍କା ପାଇବେ। ଆଜି ପୁରୀ ଜିଲା ତାଳବଣିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହିତ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ବଟମ ଦବାଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ଟଙ୍କା ଛାଡ଼ିବେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସୂଚନା ମୁତାବକ, ଏପ୍ରିଲରେ ଯେଉଁ ମହିଳାଙ୍କୁ ୨୧ବର୍ଷ ହୋଇଥିବ ସେମାନେ ସୁଭଦ୍ରାରେ ସାମିଲ ହେବା ପାଇଁ ଆବେଦନ କରିବେ।
Powered by Froala Editor