କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ
କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର ନବୋଦୟ ବିଦ୍ୟାଳୟରେ ଅଟନ୍ତି। ସେମାନେ ସ୍ବସ୍ତିକ ହଲୱା, ଲିଙ୍ଗରାଜ ଖିଲ, ଓମ୍ ପ୍ରକାଶ, ବୋଲି ଜଣାପଡ଼ିଛି। ସମସ୍ତ ପିଲା ୧୦ମ ଶ୍ରେଣୀର । କୋରାପୁଟ ପୂଜାରୀପୁଟର ଲିଙ୍ଗରାଜ ଖିଲ, ସ୍ବସ୍ତିକ ହଲୱା ଲକ୍ଷ୍ମୀପୁର ବ୍ଲକର ବିରିଗୁଡା ଗ୍ରାମର, ତେବେ ଓମ ପ୍ରକାଶର ଘର କେଉଁଠି ଜଣାପଡିନାହିଁ।
ସୂଚନା ଅନୁଯାୟୀ, ବିଦ୍ୟାଳୟ ନିକଟସ୍ଥ କୋଲାବ ଜଳଭଣ୍ଡାରକୁ ତିନି ଜଣ ଛାତ୍ର ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତା ବଶତଃ ସେମାନେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ଏହା ଦେଖି ତୁରନ୍ତ ତିନି ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor