୧୦୯ ଶୁଆ ଶାବକ ଉଦ୍ଧାର
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ୧୦୯ ଶୁଆ ଶାବକକୁ ଉଦ୍ଧାର କରିଛି ବନ ବିଭାଗ। ଶୂଆ ଶାବକ ସମେତ କିଛି ଖାଦ୍ୟ ଓ ଏକ ପଞ୍ଜୁରୀକୁ ଜବତ କରାଯାଇଛି। ଗିରଫ ହୋଇଥିବା ଜାକିର ହୁସେନ ଶୁଆ ଶାବକଙ୍କୁ ପଡୋଶୀ ରାଜ୍ୟ ଝାରଖଣ୍ଡ, ଭୁବନେଶ୍ୱର,କଟକ ସମେତ ବିଭିନ୍ନ ରାଜ୍ୟକୁ ଚାଲାଣ କରିଥାଏ। ଶୁଆ ଶାବକ ବିକ୍ରି ନିମନ୍ତେ ଏକ କଥା କୁହା ମିଟୁକୁ ପଞ୍ଜୁରୀ ରଖି ଡେମୋ ଦେଖାଇଥାନ୍ତି ଜାକିର। ତେବେ ଗୋଟିଏ ଶୁଆର ମୂଲ୍ୟ ୧୫ ଶହ ଟଙ୍କାରୁ ଊର୍ଦ୍ଧ୍ବରେ ବିକ୍ରି ହେଉଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ଗୋରୁମହିଷାଣି ବଜାର ମଧ୍ୟରେ ଥିବା ସେକ ହାନିଫଙ୍କ ପୁଅ ଏସ.କେ ଜାକିର ହୁସେନ (୩୮) ବେଆଇନ୍ ଭାବେ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରୁଥିବା ୧୦୮ ଶୁଆ ଶାବକ ସମେତ ଗୋଟେ କଥା କୁହା ଶୁଆକୁ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ତାଙ୍କ ଟିମ୍ ପହଞ୍ଚି ଜଣକୁ ଗିରଫ କରିବା ସହିତ ଶୁଆ ଶାବକଙ୍କୁ ଉଦ୍ଧାର କରିଥିଲେ। ଗତବର୍ଷ ଅଭିଯୁକ୍ତଙ୍କ ସାନ ଭାଇଙ୍କୁ ଶୁଆ ଶାବକ ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା।
ତେବେ ବର୍ତ୍ତମାନ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ରମଜାନ ମାସ ପାଳନ କରୁଥିବା ବେଳେ ଜାକିର ହୁସେନ ସେହି ସମ୍ପ୍ରଦାୟର ହୋଇ ମଧ୍ୟ ଆଖି ଫୁଟିନଥିବା ଶୁଆ ଶାବକଙ୍କୁ ନିର୍ଦ୍ଧୟ ଭାବେ ଚାଲାଣ କରି ଧର୍ମ ପରିବର୍ତ୍ତେ ଅଧର୍ମ କରିଥିଲେ ସେନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ଶୁଆ ଶାବକଙ୍କୁ ନନ୍ଦନକାନନରେ ଛଡ଼ାଯିବ ବୋଲି ବନ ବିଭାଗ କହିଛି।
Powered by Froala Editor