ତେଲ ସରିଯିବା ଗୁଜବ: କିଏ ଗାଡ଼ି ଟାଙ୍କି ଫୁଲ୍ କରୁଛି ତ ଆଉ କିଏ ବ୍ୟାରେଲରେ ବୋହି ନେଉଛି
ମାଲକାନଗିରି : ତେଲ ସରିଯିବା ଗୁଜବ ପରେ ମାଲକାନଗିରିର ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ କାଲି ରାତିରୁ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। କିଏ ଗାଡ଼ି ଟାଙ୍କି ଫୁଲ୍ କରୁଛି ତ ଆଉ କିଏ ବ୍ୟାରେଲ୍ ତେଲ ବୋହି ନେଉଛି।
ସେପଟେ କିନ୍ତୁ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସମ୍ପାଦକ କହିଛନ୍ତି ତେଲର କୌଣସି ଅଭାବ ନାହିଁ। କାମ ଚାଲିଥିବାରୁ ଝାରସୁଗୁଡା ଡିପୋରୁ ମାଲକାନଗିରିକୁ ତେଲ ଆସିପାରୁନି। ବାଲେଶ୍ଵର, ପାରାଦୀପ , ଜଟଣୀରୁ ମାଲକାନଗିରିକୁ ତେଲ ପଠାଯାଉଛି। କିନ୍ତୁ ଯୁଦ୍ଧ ପାଇଁ ତେଲ ସଙ୍କଟ ଆଦୌ ନାହିଁ। ଆଜିଠୁ ସ୍ଥିତି ସ୍ଵାଭାବିକ ହୋଇଯିବ।
Powered by Froala Editor