ଏମିତି ଆସିଲା ମୃତ୍ୟୁ! ପ୍ରକୃତିକୁ ଭଲ ପାଉଥିଲେ ଦୀପା, ପ୍ରକୃତି କୋଳରେ ଶୋଇଗଲେ

ଏମିତି ବି ଆସେ ମୃତ୍ୟୁ! ଦୁଃଖଦ ହେଲେ ବି ଏହି ସତ ମାନିବାକୁ ପଡେ । ରବିବାର ଦିନ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ଜଣେ ୩୪ ବର୍ଷିୟା ମହିଳା ଆୟୁର୍ବେଦିକ ଡାକ୍ତର ମଧ୍ୟ ଥିଲେ। ମୃତ ଡାକ୍ତର ଜଣକ ହେଉଛନ୍ତି ଡା. ଦୀପା ଶର୍ମା। ସବୁଠୁ ଦୁଃଖଦ ବିଷୟ ହେଉଛି ମୃତ୍ୟୁର କିଛି କ୍ଷଣ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଉକ୍ତ ସ୍ଥାନର ଗାରିମା ବିଷୟରେ କିଛି ଅନୁଭୂତି ବାଣ୍ଟିଥିଲେ।
ଦୀପା ଶର୍ମା ମାତ୍ର ୨୫ ମିନିଟ୍ ପୂର୍ବରୁ ନିଜ ଫଟୋ ଟୁଇଟ୍ କରିଥିଲେ। ସେଥିରେ ଲେଖିଥିଲେ, ସାଧାରଣ ନାଗରିକମାନଙ୍କୁ ଛଡ଼ା ଯାଉଥିବା ଭାରତର ଶେଷ ପ୍ରାନ୍ତରେ ଠିଆ ହୋଇଛି। ଏହି ଜାଗା ସେପଟକୁ ପ୍ରାୟ ୮୦ କିଲୋମିଟର୍ ଆଗରେ ଅଛି ତିବ୍ବତ, ଯାହାକୁ ଚୀନ୍ ବେଆଇନ ଭାବେ ଦଖଲ କରିଛି।'
ସୂଚନା ଯେ, ରାଜସ୍ଥାନର ରାଜଧାନୀ ଜୟପୁରର ଆୟୁର୍ବେଦୀୟ ଡାକ୍ତରାଣୀ ଦୀପା ୩୮ତମ ଜନ୍ମଦିନ ପାଳିବା ଲାଗି ପାର୍ବତ୍ୟ ରାଜ୍ୟକୁ ଯାଇଥିଲେ। ତାଙ୍କର ଭାଇ ମହେଶ କୁମାର ଶର୍ମା ତାଙ୍କର ମୃତ୍ୟୁ ଏବଂ ତାଙ୍କ ପ୍ରକୃତି ପ୍ରୀତି ସମ୍ବନ୍ଧରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜୁଲାଇ ୨୯ ପଡୁଥିବା ୩୮ତମ ଜନ୍ମଦିନ ପାଳିବା ଲାଗି ମୋ ଭଉଣୀ ଦୀପା ଶର୍ମା ସ୍ପିତି ଉପତ୍ୟକାକୁ ଯାଇଥିଲା। ଯୋଜନା ମୁତାବକ ହୋଇଥିବା ଏହି ଗସ୍ତ ପାଇଁ ସେ ଖୁବ୍ ଆନନ୍ଦିତ ଥିଲା । ସେ ପ୍ରକୃତି କୋଳରେ ହିଁ ମୃତ୍ୟୁବରଣ କଲା। ତା’ର ଆତ୍ମା ଶାନ୍ତି ପାଉ।
Powered by Froala Editor