ହାଇଦ୍ରାବାଦରେ ଭୂମିକମ୍ପ

ହାଇଦ୍ରାବାଦରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହାଇଦ୍ରାବାଦର ଦକ୍ଷିଣକୁ ୧୫୬ କିଲୋମିଟର୍ ଦୂରବର୍ତ୍ତୀ ଏକ ସ୍ଥାନ ହେଉଛି ଏହି ଭୂକମ୍ପନର କେନ୍ଦ୍ରସ୍ଥଳ। ଭୂମିକମ୍ପର ତୀବ୍ରତା ୪.୦ ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ଫର୍ ସିସ୍ମୋଲୋଜି’ (ଏନ୍ସିଏସ୍) କହିଛି। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।
‘ଏନ୍ସଏସ୍’ ଟୁଇଟ୍ କରିଥିବା ସୂଚନା ଅନୁସାରେ, ୨୦୨୧ ଜୁଲାଇ୨୬ ତାରିଖ ଭୋର୍ ୫ରେ ୪.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ୧୬.୦୦ ଅକ୍ଷାଂଶ ଏବଂ ୭୮.୨୨ ଦ୍ରାଘିମା ମଧ୍ୟରେ ସଂଘଠିତ ଏହି ଭୂମିକମ୍ପର ଗଭୀରତା ଥିଲା ୧୦ କିଲୋମିଟର।
Powered by Froala Editor