ନିୟମିତ ଚଳାଚଳ କରିବ ଏହି ଦୁଇଟି ଟ୍ରେନ୍
ଭୁବନେଶ୍ୱର: ଭଞ୍ଜପୁର-ପୁରୀ ଏବଂ ଶାଲୀମାର- ଚେରଲାପଲ୍ଲୀ ମଧ୍ୟରେ ନିୟମିତ ରେଳ ଚଳାଚଳ କରିବ। ଏହି ଦୁଇଟି ରେଳ ପୂର୍ବରୁ ଯାତ୍ରୀଙ୍କ ଚାହିଦା ଦେଖି ଚଳାଚଳ କରୁଥିଲା; କିନ୍ତୁ ରେଳ ମନ୍ତ୍ରଣାଳୟ ଉକ୍ତ ଦୁଇ ରେଳକୁ ନିୟମିତ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଭଞ୍ଜପୁର-ପୁରୀ ନିୟମିତ ରେଳ ନିୟମିତ ଚଳାଚଳ ଦ୍ବାରା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଭୁବନେଶ୍ବର ଏବଂ ପୁରୀ ଲୋକ ଉପକୃତ ହେବେ।
Powered by Froala Editor