୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ମା’ ତାରିଣୀ ମନ୍ଦିର
ଘଟଗାଁ : ଆସନ୍ତା ୩ ତାରିଖ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ତାରିଣୀ ମନ୍ଦିର ବନ୍ଦ ରହିବ। ସୋମବାର ରାତି ୩ଟା ୨୦ରୁ ମଙ୍ଗଳବାର ସନ୍ଧ୍ୟା ୬ଟା ୫୦ ପର୍ଯ୍ୟନ୍ତ ପାକ ତ୍ୟାଗ, ଦେବନୀତି ନିଷେଧ ରହିଛି। ଏଣୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ବନ୍ଦ ରହିବ।
ଏଥିସହ ପ୍ରସାଦାଳୟ ଓ ଶିବ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିଦିନ ସନ୍ଧ୍ୟା ୬ଟା ୫୦ରେ ଗ୍ରହଣ ସର୍ବମୋକ୍ଷ ପରେ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ମାର୍ଜନା ବେଶ ପରେ ମନ୍ଦିର ଖୋଲାଯିବ।
Powered by Froala Editor