ବଜେଟ ହୋଇପାରୁନି ଖର୍ଚ୍ଚ, ପୁନର୍ବାର ଘୁଞ୍ଚିଲା ସମୟସୀମା
ଭୁବନେଶ୍ବର: ଗୋଟିଏ ପଟେ ଅନେକ ବିଭାଗ ବଜେଟ ପାଣ୍ଠି ବ୍ୟୟ କରିବାରେ ପଛୁଆ ରହିଥିବା ବେଳେ ବଜେଟ ଫେରସ୍ତ, ନୂଆ ପାଣ୍ଠି ଅନୁମୋଦନ ଆଦିର ସମୟସୀମାକୁ ପୁନର୍ବାର ଘୁଞ୍ଚା ଯାଇଛି। ଶୁକ୍ରବାର ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ଶାସନ ସଚିବ ଏବଂ ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି।
ଏହି ମର୍ମରେ ଗତ ଜାନୁଆରୀ ୧୭ରେ ଜାରି ନିର୍ଦେଶନାମାରେ ଅବ୍ୟବହୃତ ପାଣ୍ଠି ସରକାରଙ୍କୁ ଫେରସ୍ତ କରିବା, ଜାରି ରହିଥିବା କାମ ପାଇଁ ଅଧିକ ପାଣ୍ଠି ମାଗିବା, ଟ୍ରେଜେରିରେ ବିଲ୍ ଦାଖଲ କରିବା ଏବଂ ନୂଆ ପାଣ୍ଠି ଜାରି କରିବା ପାଇଁ ସମୟ ଦିଆଯାଇଥିଲା। କିନ୍ତୁ ଅନେକ ବିଭାଗ ପକ୍ଷରେ ଏହା ସମ୍ଭବ ନ ହେବାରୁ ପୁନର୍ବାର ଗତ ୧୦ରେ ଏହାର ସମୟସୀମାକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଇତିମଧ୍ୟରେ ବିଭିନ୍ନ ବିଭାଗ ଏହି ଅବଧି ବଢ଼ାଇବା ପାଇଁ ଅର୍ଥ ବିଭାଗକୁ ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଏହି ସମୟସୀମା ବୃଦ୍ଧି କରାଯାଉଛି। ଏହି ସମୟ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ କୁହାଯାଇଛି।
Powered by Froala Editor