ଛାତ୍ରଙ୍କୁ ରାଗିଂ ଅଭିଯୋଗ, କାନ ଧରି ଆଣ୍ଠେଇ ଦେଲେ
ମୟୂରଭଞ୍ଜ:ମୟୂରଭଞ୍ଜର ଖୁଣ୍ଟା ପିଏମ ଶ୍ରୀ ହାଇସ୍କୁଲର ହଷ୍ଟେଲ ଛାତ୍ରମାନଙ୍କୁ ଶାରୀରିକ ଦଣ୍ଡ ଦିଆଯାଉଥିବାର ଅଭିଯୋଗ ହୋଇଛି। ଏକ ଭିଡିଓ ଶୁକ୍ରବାରର ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା । ଶୁକ୍ରବାର ଅପରାହ୍ନ ଚାରିଟା ବେଳେ ସପ୍ତମ ଶ୍ରେଣୀର ଦୁଇଜଣ ଛାତ୍ର ବିଦ୍ୟାଳୟ ପଛପଟ ପଡ଼ିଆରେ ଖେଳୁଥିଲେ । ସେହି କାରଣରୁ ସେମାନଙ୍କୁ ଦୁଇଜଣ ନବମ ଶ୍ରେଣୀ ଛାତ୍ର କାନ ଧରି ଆଣ୍ଠେଇ ଦେଇଥିବା ପୀଡ଼ିତ ସପ୍ତମ ଶ୍ରେଣୀ ଛାତ୍ର ମାନେ ଉକ୍ତ ଭିଡିଓ ରେ କହିଛନ୍ତି। ଏହିଘଟଣା ପ୍ରଚାରିତ ହେବାପରେ ଖୁଣ୍ଟା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶୁଣ୍ଟା ପିଏମଶ୍ରୀ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପ୍ରାଖା ପାଖି ସାତଶହ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି।
ଦୀର୍ଘ ୧୯ ମାସ ହେଲାଣି ସ୍ଥାୟୀ ପ୍ରଧାନ ଶିକ୍ଷକ ନରହି କାମଚଳା ବ୍ୟବସ୍ଥାରେ ସ୍କୁଲ ଚାଲୁଅଛି । ଭିଡ଼ିଓରେ ପିଲାଙ୍କ କହିବା ଅନୁସାରେ ଛାତ୍ରାବାସରେ ନବମ ଶ୍ରେଣୀ ଛାତ୍ର ଦୁଇ ଜଣ ସେମାନଙ୍କୁ କାନ ଧରି ଆଣ୍ଠେଇ ଦେଇଛନ୍ତି । ଅଭିଭାବକ ମାନେ ଏହି ଘଟଣାର ପ୍ରତିକ୍ରିୟା ପ୍ରକାଶ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତାକୁ ଦାୟୀ କରିଛନ୍ତିି।
Powered by Froala Editor