ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ
ବରଗଡ଼: ବରଗଡ଼ ଜିଲା ଅନ୍ତର୍ଗତ ପଦ୍ମପୁରର ଆର ବି ହାଇସ୍କୁଲ ଓ ବାଳିକା ହାଇସ୍କୁଲରେ ହୋଇଥିବା ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଭୂଗୋଳ ଓ ଇତିହାସ ପରୀକ୍ଷା ଥିଲା। ବାଳିକା ହାଇସ୍କୁଲରେ ଏକ ଶିଶୁ ମନ୍ଦିରର ସେଣ୍ଟର ହୋଇଛି। ପରୀକ୍ଷା ଆରମ୍ଭ ହୋଇଥିଲା ୯ ଟାରେ।
ମାତ୍ର ଆଜି ସକାଳ ସାଢ଼େ ୮ଟାରେ ପ୍ରଶ୍ନପତ୍ର ସହ ଓଏମଆର ସେଟ ମଧ୍ୟ ବାହାରକୁ ଆସିଥିବା ଜଣାଯାଇଛି। ଜଣେ ଶିକ୍ଷକ ପ୍ରଶ୍ନପତ୍ର ଜେରକ୍ସ କରି କିଛି ଅଭିଭାବକଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ରହୁଛି ଆର ବି ହାଇସ୍କୁଲରେ। ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସୁଛି। ପ୍ରଶ୍ନପତ୍ର ଆସିବା ବେଳେ ପ୍ରଘଟ ହେଉଛି ନା ପରୀକ୍ଷା କେନ୍ଦ୍ରରେ ହେଉଛି ତାହା ସନ୍ଦେହ ଘେରରେ ରହିଛି। କିଛି ଶିକ୍ଷକ ଦୀର୍ଘ ଦିନ ଧରି ଗୋଟିଏ ଗୋଟିଏ ସ୍କୁଲରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଏହି ସବୁ କାମ କରୁଛନ୍ତି। ଗତ ବର୍ଷ ସିବିଏସଇ ପରୀକ୍ଷାରେ ପଦ୍ମପୁରରେ ଏପରି କେଳେଙ୍କାରୀ ହୋଇଥିଲା। ଏଥର ପୁଣି ସେହି ସମସ୍ୟା ହୋଇଛି। ଏ ସମ୍ପର୍କରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ପ୍ରଘଟ ହୋଇ ନାହିଁ; ମାତ୍ର ଅନ୍ୟ କେଉଁଠୁ ହୋଇ ଥାଇପାରେ ବୋଲି କହିଥିଲେ।
Powered by Froala Editor