ମନ୍ତ୍ରୀ ଦେଲେ ସୂଚନା, ଖୋଲିବ ୩ ନୂତନ ମହାବିଦ୍ୟାଳୟ
ଭୁବନେଶ୍ଵର: ରାଜ୍ୟରେ ଖୋଲିବ ୩ ନୂତନ ମହାବିଦ୍ୟାଳୟ।ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ , ଗୋଟିଏ ପ୍ରାଣୀସମ୍ପଦ ଓ ଗୋଟିଏ କୃଷି ମହାବିଦ୍ୟାଳୟ ଖୋଲିବା ନେଇ ସୂଚନାମିଳିଛି । ସୋନପୁରରେ ଖୋଲାଯିବ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ। ଚିପିଲିମାରେ ପ୍ରାଣୀ ସମ୍ପଦ ମହାବିଦ୍ୟାଳୟ। ବଲାଙ୍ଗିରରେ କୃଷିମହାବିଦ୍ୟାଳୟ ଖୋଲିବ।
Powered by Froala Editor