କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଆବେଦନ ଆଜିଠୁ
ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଛାତ୍ରୀଛାତ୍ରଙ୍କୁ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷା ଦେବାକୁ ପଡ଼ିବ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି।
ଛାତ୍ରୀଛାତ୍ର ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେଶନ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏପ୍ରିଲ ୨୭ରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ଏଥିସହ ଜୁଲାଇ ୧୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।
Powered by Froala Editor