୫ କୋଟି ଟଙ୍କାର ଗଞ୍ଜେଇ ଜବତ
କୋରାପୁଟ: କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଗଞ୍ଜେଇକୁ ଦୁଇଟି ମହିନ୍ଦ୍ରା ପିକଅପ ଗାଡ଼ିରେ ପ୍ଲାଷ୍ଟିକ ଟ୍ରେ ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ମାମଲାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ କୋରାପୁଟର ସେମିଳିଗୁଡ଼ା ଅଞ୍ଚଳର ସପ୍ଲାୟର ଓ ୨ ଜଣ ହରିୟାଣାର ରିସିଭର ବୋଲି ପୋଲିସ ସୂଚନା ଦେଇଛି।
Powered by Froala Editor