ବନ୍ଧା ହେଲେ ଖଣି ଅଧିକାରୀ
ଭୁବନେଶ୍ବର: କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ହୋଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ଦେବବ୍ରତଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି, ଯାହାକି ଏପର୍ଯ୍ୟନ୍ତ ଓଡ଼ିଶା ଭିଜିଲାନ୍ସ ରେଡରେ ସର୍ବାଧିକ ନଗଦ ଟଙ୍କା ।
ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇଥିବା ପୁଳା ପୁଳା ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ବିଭାଗ ବି ତାଜୁବ୍ ହୋଇଯାଇଛି ।
Powered by Froala Editor