ଦୁଇ ବଡ଼ ମାଓ ନେତାଙ୍କ ଆତ୍ମସମର୍ପଣ
କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ରାଜ୍ୟରୁ ଆସିଛି ବଡ଼ ଖବର। ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଏବଂ ମଲ୍ଲା ରାଜିରେଡ଼ି ତେଲେଙ୍ଗାନା ପୁଲିସ ଏସଆଇବି ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ ନକ୍ସଲ ସଂଗଠନର ସାଧାରଣ ସମ୍ପାଦକ ଦେବଜୀ ଓରଫ ଟିପରି ତିରୁପତି , କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ଼ି ଏବଂ ସଂଗ୍ରାମଙ୍କ ଅନ୍ୟ ୧୩ ଜଣ ହାର୍ଡକୋର ନକ୍ସଲ ସମେତ ମୋଟ ୧୬ ଜଣ ମାଓବାଦୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ସୂଚନା ମିଳିଛି।
ଅପରେସନ କାଗାର -୨ ଗତ କିଛି ଦିନ ପୂର୍ବରୁ କେବଳ ଦେବଜୀ ଏବଂ ରାଜିରେଡ଼ିଙ୍କୁ ଟାର୍ଗେଟ କରି ଆରମ୍ଭ କରାଯାଇଥିଲା। ଅପରେସନ ଏବେ ସଫଳ ହେବାକୁ ଯାଉଛି। ଏହି ଅପରେସନ ମାଧ୍ୟମରେ ଦେଶର ସବୁଠାରୁ ବଡ଼ ମାଓବାଦୀ ମାନେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି।
Powered by Froala Editor