ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା
ଭୁବନେଶ୍ବର: ବିଧାନସଭା ପ୍ରଶ୍ନକାଳରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟରେ ମୁଲତବୀ କରିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀ ମାନେ ନିଜ ଜିଦରେ ଅଟଳ ରହି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଧାନ ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ପ୍ରଶ୍ନକାଳ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଠିଆ ହୋଇ ସେମାନଙ୍କୁ ଅନୁରୋଧ କରିଥିଲେ । ଉଭୟ ସଦସ୍ୟ ନିଜ ନିଜ ସିଟରେ ବସିବାକୁ ନିବେଦନ କରିଥିଲେ । ହେଲେ ଏହାକୁ ମାନିବାକୁ ନାରାଜ ବିରୋଧୀ । ପ୍ରବଳ ନାରାବାଜି ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
Powered by Froala Editor