ରାଜ୍ୟ ବିଜେପିର ବୈଠକ
ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧକ୍ଷତା ବସିଲା ବୈଠକ। ଗୁରୁତ୍ବପୂର୍ଣ୍ଣ ମିଟିଂରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମର ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏହାସହିତ ମନ୍ତ୍ରୀ, ବିଧାୟକ ଏବଂ ସାଙ୍ଗଠନିକ ନେତୃତ୍ୱ, ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ମାନସ ମନ୍ଥନହେଉଛି।
ସୂଚନା ଅନୁଯାୟୀ, ଆଗାମୀ କେନ୍ଦ୍ରୀୟ ବଜେଟ ଏବଂ ଏସଆଇଆରକୁ ନେଇ ଆଲୋଚନା ହେବ । ଆଗାମୀ କେନ୍ଦ୍ରୀୟ ବଜେଟକୁ ଲୋକଙ୍କ ପାଖରେ ପଞ୍ଚାଇବାକୁ ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କୁ ଦିଆଯିବ ଦାୟିତ୍ୱ । ରାଜ୍ୟରେ ଖୁବଶୀଘ୍ର ଏସଆଇଆର ଲାଗୁ ହେବାକୁ ଯାଉଛି। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ନେବେ ବିଜେପି ନେତୃତ୍ୱ। ଏହାସହ ବିଭି ଜି ରାମ ଜି କାର୍ୟ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହେବ।
Powered by Froala Editor