ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ବୃଦ୍ଧା ମା'କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କଲା ପୁଅ
ବେତନଟୀ: ଡାହାଣୀ ସନ୍ଦେହରେ ବୃଦ୍ଧା ମାଆଙ୍କୁ ହତ୍ୟା କଲା ପୁଅ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ହତ୍ୟାକାରୀ ଅଭିଯୁକ୍ତ ଜଣକ ଚୈତନ୍ୟ ସିଂଙ୍କ ପୁଅ ତପନ ସିଂ ବୋଲି ଜଣାପଡିଛି।
ସୂଚନା ମୁତାବକ, ନିକଟରେ ତପନ ସିଂଙ୍କ ଗର୍ଭବତୀ ସ୍ତ୍ରୀର ଗର୍ଭ ନଷ୍ଟ ହୋଇଥିଲା। ଡାହାଣୀ ହୋଇ ମା' ରାଇମଣି ସିଂ ସ୍ତ୍ରୀର ଗର୍ଭସ୍ଥ ପିଲାକୁ ଖାଇଥିବା ସନ୍ଦେହ କରିଥିଲା ତପନ । ଏନେଇ ଗୁରୁବାର ସକାଳେ ଉତ୍ୟକ୍ତ ହୋଇ ତପନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିବା ସହିତ ଘରେ ଥିବା ଏକ ଧାରୁଆ କଟୁରୀରେ ବାରମ୍ବାର ମୁଣ୍ଡ ଏବଂ ବେକରେ ପ୍ରହାର କରି ବୃଦ୍ଧା ମା'କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜହ୍ଲାଦ ପୁଅ ତପନ ସିଂକୁ ଗିରଫ କରିଥିଲେ।
Powered by Froala Editor