ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆରମ୍ଭ ହେଲା ବଜେଟ ଅଧିବେଶନ 2026 । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି ।
ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ସାମାଜିକ ସୁରକ୍ଷା ଲାଭ ଏବେ ଦେଶର ପ୍ରାୟ 95 କୋଟି ନାଗରିକଙ୍କ ନିକଟରେ ପହଞ୍ଚୁଛି । ସରକାର ଦୁର୍ନୀତି ଏବଂ ସ୍କାମ୍ର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି, ଯାହା ଦ୍ୱାରା ସରକାରୀ ପାଣ୍ଠିର ଉତ୍ତମ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ ହୋଇପାରିବ । ରାଷ୍ଟ୍ରପତି ଆହୁରି କହିଛନ୍ତି, "EU ସହିତ FTA ସେବା ଏବଂ ଉତ୍ପାଦନ କ୍ଷେତ୍ରକୁ ଇନ୍ଧନ ଯୋଗାଇବ; ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।"
ଏହି ଅଧିବେଶନ ଆଜି ଠାରୁ 2 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ 29 ତାରିଖ ଭାରତର ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଫେବୃଆରୀ 1 ତାରିଖ ଗୃହରେ ୟୁନିୟନ ବଜେଟ୍ 2026-27 ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ତେବେ ଆଜିଠୁ ଆରମ୍ଭ ହେଉଥିବା ଅଧିବେଶନ 65 ଦିନ ଅର୍ଥାତ ଏପ୍ରିଲ 2 ତାରିଖ ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟ 28 ଜାନୁଆରୀରୁ 13 ଫେବୃଆରୀ ମଧ୍ୟରେ ଅନୁଷ୍ଠିତ ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟ 9 ମାର୍ଚ୍ଚରୁ 2 ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୋଟ ଉପରେ, ଅଧିବେଶନ ସମୟରେ ସଂସଦ 30 ଦିନ ପାଇଁ ବସିବ ।
Powered by Froala Editor