ମହାରାଷ୍ଟ୍ର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି: ସଞ୍ଜୟ
ନୂଆଦିଲ୍ଲୀ: ଲୋକପ୍ରିୟ ନେତା ଅଜିତ ପାୱାର ଆଉ ନାହାନ୍ତି । ଏହା ଏମିତି ଏକ ଖବର ଯାହା କେବଳ ମହାରାଷ୍ଟ୍ର ପାଇଁ ନୁହେଁ ସାରା ଦେଶ ପାଇଁ ଦୁଃଖଦ ଘଟଣା । ଏମିତି ଏକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେବ ବୋଲି କେହି କେବେ ଭାବିନଥିଲେ । ଅଜିତ ପାୱାରଙ୍କ ପରଲୋକରେ ସାରା ମହାରାଷ୍ଟ୍ରରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନେଇ ସଞ୍ଜୟ ରାଉତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ଶିବସେନା ସାଂସଦ ସଞ୍ଜୟ ରାଉତ ଏହାକୁ "ମହାରାଷ୍ଟ୍ର ରାଜନୀତିରେ ଏକ କଳା ଦିନ" ବୋଲି କହିଛନ୍ତି । ସେ କହିଛନ୍ତି, ଅଜିତ ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ । ଅଜିତ ପାଵାରଙ୍କୁ ସ୍ମରଣ କରି ସଞ୍ଜୟ ରାଉତ କହିଥିଲେ, "ଆମେ ଦାଦାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଥିଲୁ । କିନ୍ତୁ ଦାଦା ଫେରିଲେନି । ସେ ଜଣେ ଖୋଲା ହୃଦୟର ବ୍ୟକ୍ତିତ୍ୱ ଥିଲେ, ପ୍ରତ୍ୟେକ କର୍ମୀ ତାଙ୍କୁ ଭଲ ପାଉଥିଲେ । ଆଜି ମହାରାଷ୍ଟ୍ର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି ।"
Powered by Froala Editor