ଖଣ୍ଡଗିରି ଯାତ୍ରା: ଏଥର ୧୮୦୦ସିଟକୁ ମିଳିଲା ଅନୁମତି
ଭୁବନେଶ୍ବର : ଖଣ୍ଡଗିରି ଯାତ୍ରାରେ କମିଲା ସିଟ୍ ସଂଖ୍ୟା । ଦର୍ଶକଙ୍କ ପାଇଁ କମିଲା ସିଟ୍ । ଏଥର ୧୮୦୦ସିଟକୁ ମିଳିଲା ଅନୁମତି । ଭିଡ଼କୁ ଦେଖି ନିଆଯାଇଛି ଏହି ନିଷ୍ପତ୍ତି। ମଞ୍ଚର ପରିସୀମା ଦେଖି ଦିଆଯାଇଛି ଲାଇସେନ୍ସ । ଆହୁରି କମିପାରେ ସିଟ୍ ସଂଖ୍ୟା । ଗୋଟିଏ ଲାଇନରୁ ଅନ୍ୟ ଲାଇନ୍ ଚେୟାରକୁ ଦୂରତା ୩ଫୁଟ ରଖିବାକୁ ନିର୍ଦେଶ ଦିଆଯାଇଛି । ଭୁବନେଶ୍ବର ଡିସିପି ଗାଇଡଲାଇନ୍ ଯାଞ୍ଚ କରିବେ । ଗତ ୨୫ରେ ପୋଲିସ ଦେଇଥିଲେ ୧୪ସୂତ୍ରୀ ଗାଇଡଲାଇନ୍ ।
ସୂଚନା ଅନୁସାରେ, ପ୍ରଥମ ପର୍ୟ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୭ଟି ପେଣ୍ଡାଲରେ ଦୁଇଟି ପର୍ୟ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ୟ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଏ ବର୍ଷ ଡ଼ଃ ହରେକୃଷ୍ଣ ମହତାବ ସାସ୍କୃତିକ ପରିଷଦ, ଆଇଗିଣିଆ ମଞ୍ଚରେ ଅପେରା ‘ଅଶାକ ସମ୍ରାଟ’ ପ୍ରଥମେ ମଇଦାନକୁ ଓହ୍ଲାଉଛି । ପାର୍ଟି ତା’ର ବହୁ ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’ ମଂଚସ୍ଥ କରିବ । ଏଥିରେ ଅଭିନେତା ମିଲନ, ସିନେ ଅଭିନେତା ଅଙ୍କିତ, ଖଳନାୟକ ମନୋଜ, କମେଡିଆନ ଗଣେଶ, ଅଭିନେତ୍ରୀ ସାରା ଓ ଖଳନାୟିକା ସରୋଜିନୀ ଭଳି କଳାକାର ଅଭିନୟ କରୁଛନ୍ତି ।
Powered by Froala Editor