ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରିମୋଟ୍ ଚିପିଲେ ମୁଖ୍ୟମନ୍ତ୍ରୀ, ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ୟାଙ୍କ ମେସେଜ ଦେଖି ଖୁସିରେ ଝୁମିଲେ ମହିଳା ହିତାଧିକାରୀ। ଗୁରୁବାର ନୂଆ ହିତାଧିକାରୀଙ୍କ ଆସିଲା ଧନ। ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଟଙ୍କା । ସୁଭଦ୍ରା ଯୋଜନାରେ ନୂଆରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ମିଳିଛି ପ୍ରଥମ କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆକାଉଣ୍ଟ ଗଲା । ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ମଧ୍ୟ ପାଇବେ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ବି ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇଛନ୍ତି ଦୁଇଟି କିସ୍ତି। ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଥିଲା ।
୩୧୫ କୋଟି ରୁ ଉର୍ଦ୍ଧ୍ବ ଆର୍ଥିକ ସହାୟତା ରାଶି ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଆସିଛି । ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ।
Powered by Froala Editor