ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଲାଗୁ
ବାଲେଶ୍ୱର: ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛି। କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ କରିବାକୁ ନିବେଦନ କରାଯାଇଛି।
କ୍ଷତିକାରକ ପୋଷ୍ଟଗୁଡ଼ିକର ସ୍କ୍ରିନ ସଟ କିମ୍ବା ଲିଙ୍କ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ‘ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Powered by Froala Editor