ଆରଡି ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆରଡି: ରାଜ୍ୟର ବହୁ ପୁରାତନ ଶୈଵକ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ଆଭାସି ମାଧ୍ୟମରେ ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲାପାଳ ଦିଲିପ ରାଉତରାୟ, ଚାନ୍ଦବାଲି ତହସିଲିଦାର ଭଵତୋଷ ମଲିକ,ଭିଡିଓ ସଞ୍ଜିବ ମହାପାତ୍ରଙ୍କ ସହ ରାଜ୍ୟ ପରିବହନ ବିଭାଗରେ ଅଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ ଉପସ୍ଥିତ ଥିଲେ।
ବିଶେଷକରି ପୂର୍ବରୁ ଥିବା ଆରଡି ବସଷ୍ଟାଣ୍ଡ ନାମ ପରିବର୍ତ୍ତନ କରି ଅଟଳ ବସଷ୍ଟାଣ୍ଡ ନାମ ଫଳକ ଲାଗିବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟର କୋଣ ଅନୁକୋଣରୁ ପ୍ରତିବାଦର ସ୍ୱର ଉଠିବା ସହ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ପୀଠର ଥିବା ବସଷ୍ଟାଣ୍ଡ ଆବହମାନ କାଳରୁ ଆରଡି ବସଷ୍ଟାଣ୍ଡ ଭାବେ ପରିଚିତ ଥିଲା। ଏହି ବସଷ୍ଟାଣ୍ଡକୁ ନୂଆ ରୂପରେଖ ଦେବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ୧୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଛି। ଏହି ବସଷ୍ଟାଣ୍ଡ ୧୦ଏକର ଜାଗାରେ ନିର୍ମାଣ କରାଯାଇଥିବା ବେଳେ ଆଗନ୍ତୁକ ଯାତ୍ରୀ, ଵସଷ୍ଟାଫ ଦିବାରାତ୍ର ରହଣି ନିମନ୍ତେ ଉନ୍ନତମାନର କୋଠରୀ ରହିଛି। ସେହିପରି ଛୋଟବଡ ବସ ଆଦି ରହିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
Powered by Froala Editor