ଆମ୍ବୁଲାନ୍ସ - ବୋଲେରୋ ମୁହାଁମୁହିଁ ଧକ୍କା, ମହିଳା ମୃତ
ଦିଗପହଣ୍ଡି: ଗଞ୍ଜାମ ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ମହିଳା ଜଣକ ବୋଲେରୋରୁ ଫେରୁଥିବାବେଳେ ଏକ ଆମ୍ବୁଲାନ୍ସ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଭଉଣୀ ଏବଂ ଭଣଜା ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ୨ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।
Powered by Froala Editor