ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଅପରାଜିତା
ଭୁବନେଶ୍ବର: ବରିଷ୍ଠ ତଥା ସୁପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ଚଳିତବର୍ଷ ବସନ୍ତ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏନେଇ ସୋମବାର ଭୂବନେଶ୍ବର ଜୟଦେବ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବସନ୍ତ ନାୟକ ଫାଉଣ୍ଡେସନ ପକ୍ଷରୁ ପ୍ରଯୋଜକ ସ୍ବର୍ଗତ ବସନ୍ତ ନାୟକଙ୍କ ୯୦ତମ ଜନ୍ମ ବାର୍ଷିକୀ ଅବସରରେ ଆସନ୍ତା ୧୬ ତାରିଖରେ ଜୟଦେବ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଅବସରରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପରାଜିତା ମହାନ୍ତିଙ୍କୁ ସମ୍ମାନିତ କରାଯିବ। ବସନ୍ତ ନାୟକଙ୍କ ପ୍ରଯୋଜନାରେ ଅପରାଜିତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ଓଲିଉଡ଼କୁ ନୂଆ ଦିଗ ଦେଇଛି।
କାର୍ଯ୍ୟକ୍ରମ ଅବସରରେ ବ୍ରଜରାଜ ମୁଭିଜ୍ର ସଙ୍ଗୀତର ତାଳେତାଳେ କଳାକାରମାନେ ନୃତ୍ୟ ପରିବେଷଣ କରିବେ ବୋଲି ଜଣାଯାଇଛି।
Powered by Froala Editor