ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଭାଇ ମୃତ
ଗୁଣୁପୁର:ରାୟଗଡା ଗୁଣୁପୁର ସହର ନିକଟ ଲିମାମଡା ମୁଖ୍ୟ ରାସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ଗୁଡାରି ବ୍ଲକ୍ କଦମା ପଞ୍ଚାୟତର ନିଲାଗୁଡା ଗାଁର ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା ବୋଲି ଜଣାପଡିଛି। ଉଭୟ ଗୁଣୁପୁରରୁ କୌଣସି କାମରେ ଆସି ନିଜ ଘର ଅଭିମୁଖେ ଫେରୁଥିବାବେଳେ ଲିମାମଡା ନିକଟ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲେ। ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପୁଲିସ୍ ଉଭୟଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor