ରାଉରକେଲା ବିମାନ ଦୁର୍ଘଟଣା: ଏହି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଉରକେଲା ବିମାନ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଣିଜ୍ୟ ଓ ପରିବହନ ବିଭାଗ ତ୍ୱରିତ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପର୍କିତ ବିମାନ କମ୍ପାନୀ ସହ ସମନ୍ୱୟରେ ବିଭାଗ ଏହି ପଦକ୍ଷେପ ନେଇଛି । ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଯଥାଶୀଘ୍ର ଚିକିତ୍ସା ପାଇଁ ଅନୁସନ୍ଧାନକାରୀ ଟିମ୍ ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ରାଉରକେଲା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ ସହାୟତା ଯୋଗାଇଛନ୍ତି । ଏଥିପାଇଁ ଏକ ରାଜ୍ୟ ହେଲିକପ୍ଟର ନିୟୋଜିତ କରାଯାଇଛି ।
ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଜଣେ ଯାତ୍ରୀଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି । ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଭୁବନେଶ୍ୱରର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନଙ୍କୁ ରାଉରକେଲାକୁ ପଠାଯାଉଛି । ଯାହାଦ୍ୱାରା ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଉତ୍ତମ ଚିକିତ୍ସା ଓ ନିରୀକ୍ଷଣ ଜାରି ରହିବ । ଓଡ଼ିଶା ସରକାର ଆହତମାନଙ୍କୁ ତ୍ୱରିତ ଓ ଉତ୍ତମ ଚିକିତ୍ସା, ସର୍ବୋଚ୍ଚ ସୁରକ୍ଷା ନିଶ୍ଚିତ କରିବା ସହ ଏଏଆଇବି ଦ୍ୱାରା ତଦନ୍ତ ପାଇଁ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ ।
Powered by Froala Editor