ପ୍ରାକ-ବଜେଟ ପରାମର୍ଶ ବୈଠକ: ଅର୍ଥମନ୍ତ୍ରୀଙ୍କ ଆଗରେ ୯ଟି ଦାବି ଉପସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଦିଲ୍ଲୀରେ ପ୍ରାକ-ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ । ଓଡିଶା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ରାଜ୍ୟର ପ୍ରମୁଖ ୯ଟି ଦାବି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନଙ୍କ ଆଗରେ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି ଆର୍ଥିକ ବର୍ଷ ୨୦୨୬-୨୭ କେନ୍ଦ୍ରୀୟ ବଜେଟ ପାଇଁ ପ୍ରସ୍ତାବ ଗ୍ରହଣ ପ୍ରାକ-ବଜେଟ ପରାମର୍ଶ ବୈଠକ । କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନଙ୍କ ଅଧ୍ୟକ୍ଷତାରେ ପ୍ରାକ-ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହ ଓଡିଶା ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଂଶଗ୍ରହଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଓଡିଶା ସ୍ୱାର୍ଥ ସମ୍ବଳିତ ୯ଟି ଦାବି ରଖିଛନ୍ତି । ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।ଆଗାମୀ କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ଉପସ୍ଥାପନ ହେବାକୁ ଥିବା ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସମ୍ମିଳିତ ଲିଖିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନଙ୍କୁ ପ୍ରଦାନ କରାଯାଇଛି । ଏହା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋକପାତ କରିଛନ୍ତି ।
Powered by Froala Editor