ଶୀତ ହେଲା ଗାଏବ
ଭୁବନେଶ୍ବର: ଗାଏବ ହେଲା ହାଡ଼ଭଙ୍ଗା ଶୀତ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୫ ରୁ ୭ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ରାଉରକେଲାରେ ୮, ଝାରସୁଗୁଡ଼ା ୮.୩, କେନ୍ଦୁଝର ୧୨.୬ ଡିଗ୍ରୀ, ସମ୍ବଲପୁରରେ ୧୨.୭, ହୀରାକୁଦରେ ୧୩.୯, ବାଲେଶ୍ୱର ୧୫.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ପାରାଦୀପରେ ୧୫.୫, ଭୁବନେଶ୍ୱରରେ ୧୫.୭, ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି।
ରାଜ୍ୟରେ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ପାଣିପାଗ ବିଭାଗର ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
Powered by Froala Editor