Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ...

  • ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ...

  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ...

  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ...

  • ‘ଜନ ନାୟକନ୍‌’କୁ ମିଳିଲା ‘A’ ...

  • ନିର୍ବାଚନ କମିଶନରଙ୍କୁ କହିଥିଲେ ମନମୋହନ ...

  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ...

  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ...

  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ...

  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ...

ରାଜ୍ୟ
Home ›› ରାଜ୍ୟ ››୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ସବୁଜ ସଙ୍କେତ

୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ସବୁଜ ସଙ୍କେତ

2026-01-09 10:28:53
15440
Share:
Facebook
Twitter
E-Mail
WhatsApp
Telegram
୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ସବୁଜ ସଙ୍କେତ

ଭୁବନେଶ୍ବର: ୪୩ତମ ହାଇଲେବଲ କ୍ଲିଅରାନ୍ସ ଅଥୋରିଟି ବା ଏଚଏଲସିଏ ବୈଠକ ଗତକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବହୁ ପ୍ରମୁଖ ପ୍ରକଳ୍ପକୁ ଏଥିରେ ମଞ୍ଜୁରୀ ମିଳିବା ସହିତ ୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ସବୁଜ ସଙ୍କେତ ମିଳିଛି । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ବିକଶିତ ହେବା ସହିତ ଖୋର୍ଦ୍ଧାରେ ଆଉ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରାଯିବାକୁ ପ୍ରସ୍ତାବ ରହିଛି ।

୭ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପରେ ମୋଟ ୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ଏଚଏଲସିଏରେ ମଞ୍ଜୁରୀ ଦିଆଯାଇଛି । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ୧୪୫୦୭ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥିରେ ଇସ୍ପାତ, ଅଟୋମୋବାଇଲ ଏବଂ ଅଟୋ-ଉପାଦାନ, ସେମିକଣ୍ଡକ୍ଟର, ଶିଳ୍ପ ଗ୍ୟାସ, ଫେରୋଆଲଏଜ, ବିଦ୍ୟୁତ ଏବଂ ନବୀକରଣୀୟ ଶକ୍ତି ଶିଳ୍ପ ପ୍ରକଳ୍ପ ଆଦି ରହିଛି ।
ପ୍ରକଳ୍ପ କାର୍ଯ୍ୟ ତ୍ୱରିତ ବେଗରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଇସ୍ପାତ କ୍ଷେତ୍ରରେ JSW ଗ୍ରୁପର ଏକ କମ୍ପାନୀର ସାଫ୍ରନ ରିସୋର୍ସସ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ୬ MTPA ଇସ୍ପାତ କାରଖାନା ପ୍ରତିଷ୍ଠା କରିବାର ଯୋଜନା ରହିଛି । କମ୍ପାନୀ ଏଥିରେ ୩୫ ହଜାର କୋଟିର ଏକ ବୃହତ ନିବେଶ କରିବ । କେବଳ ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଯାହା ଦେଶର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ । ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ ଗଞ୍ଜାମରେ ୧୨ ହଜାର କୋଟିର ନିବେଶ ପ୍ରସ୍ତାବ ଦେଇଛି । ୦.୫ MTPA ଟାଇଟାନିୟମ ଡାଇଅକ୍ସାଇଡ ପିଗ୍ମେଣ୍ଟ ଉତ୍ପାଦନ ୟୁନିଟ ସ୍ଥାପନ କରାଯିବ । ଯାହା ୪ ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।ଅଟୋମୋବାଇଲ ଏବଂ ଅଟୋ-ଉପାଦାନ କ୍ଷେତ୍ରରେ ଏକ ପ୍ରତିଷ୍ଠିତ କମ୍ପାନୀ ଗଞ୍ଜାମରେ ଟାୟାର, କାର୍ବନ ବ୍ଲାକ ଏବଂ ଜିଙ୍କ ଅକ୍ସାଇଡ ପାଇଁ ଏକ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏଥିପାଇଁ ୧୬୯୭ କୋଟି ଟଙ୍କାର ନିବେଶ କରାଯିବ । ଏହି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପ୍ରାୟ ୬୮୫ଟି ରହିଛି । ସାନକୋଡ ସେମି ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୧୬୪୯.୯୮ କୋଟି ନିବେଶ ସହିତ ଏକ ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟିଂ ବା OSAT ୟୁନିଟ ସ୍ଥାପନ କରିବ । ଯାହା ୫୭୦ଟି ନିଯୁକ୍ତି ସୃଷ୍ଟି କରିବ । ଖୋର୍ଦ୍ଧା ଜିଲ୍ଲାରେ ଏହା ଦ୍ଵିତୀୟ ସେମିକଣ୍ଡକ୍ଟର ପ୍ରକଳ୍ପ ହେବ । ଆଇନକ୍ସ ଏୟାର ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଏୟାର ସେପାରେସନ ୟୁନିଟ ସ୍ଥାପନ କରିବ । ଏଥିପାଇଁ ୧୩୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ୧୮୦ଟି ନିଯୁକ୍ତି ସୁଯୋଗ ରହିଛି ।

ଫେରୋ ଆଲୟଜ କର୍ପୋରେସନ ଲିମିଟେଡ କେନ୍ଦୁଝରରେ ୨ ହଜାର କୋଟି ଟଙ୍କାର ନିବେଶ କରାଯିବ । ଫେରୋ ମାଙ୍ଗାନିଜ, ସିଲିକୋ ମାଙ୍ଗାନିଜ, ମାଙ୍ଗାନିଜ ଅୟର୍କ ବେନିଫିସିଏସନ ସୁବିଧା ସହ ୧୦୦ ମେଗାଓ୍ବାଣ୍ଟ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହା ୭୭୨ଟି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ ଢେଙ୍କାନାଳରେ ୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଏଥିରେ ୨୧୩୬.୦୨ କୋଟି ଟଙ୍କା ନିବେଶ ହେବ । ଯାହା ୩୦୦ଟି ନିଯୁକ୍ତି ସୃଷ୍ଟି କରିବ । 

Powered by Froala Editor

Tags Hlca

Related articles Odisha News Lens 4.1

  • ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ...

    13465
    Jul 13, 2026
  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ

    15589
    Jul 12, 2026
  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13720
    Jul 12, 2026
  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...
    ଦେଶ-ଦେଶାନ୍ତର

    ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, ...

    15493
    Jul 13, 2026
  • ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ

    13969
    Jul 13, 2026
  • ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ
    ଦେଶ-ଦେଶାନ୍ତର

    ପାର୍ସଲ ଦେବାକୁ ଆସି ମହିଳାଙ୍କୁ ଅଶ୍ଳୀଳ ଆଚରଣ କଲା ଡେଲିଭରି ବୟ

    13328
    Jul 13, 2026
  • ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍
    ମନୋରଞ୍ଜନ

    ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍

    13594
    Jul 13, 2026
  •  ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ: ୧୯ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

    14605
    Jul 13, 2026
  • ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍
    ମନୋରଞ୍ଜନ

    ଗୌରୀଙ୍କ ସହ ହନିମୁନରେ ଅଷ୍ଟ୍ରେଲିଆ ଗଲେ ଆମିର୍ ଖାନ୍

    14420
    Jul 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13720
    Jul 12, 2026
  • ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନର ପୂର୍ବରୁ ସର୍ବଦଳୀୟ ବୈଠକ

    13969
    Jul 13, 2026
  • ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି ଆମେରିକା ଓ ଇରାନ ଯୁଦ୍ଧ

    13465
    Jul 13, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16973
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17585
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17639
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18039
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14395
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14818
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15569
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15678
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15490
    Jul 05, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15844
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15711
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13818
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14939
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ

    15589
    Jul 12, 2026
  • ‘ଜନ ନାୟକନ୍‌’କୁ ମିଳିଲା ‘A’ ସାର୍ଟିଫିକେଟ୍

    13594
    Jul 13, 2026
  • ଲଗାତାର ୩୦ ଦିନ ପାଇଁ ହାଜତରେ ରହିଲେ ପଦରୁ ନିଲମ୍ବିତ ହେବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

    15493
    Jul 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In