ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଭୁବନେଶ୍ୱର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଜି ବରିଷ୍ଠ ଅଧିକାରୀଙ୍କ ବୈଠକରେ ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଁ ପାଣ୍ଠିର ଉପଯୋଗ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ବିଚାରାଧୀନ ପ୍ରକଳ୍ପଗୁଡିକର ଶୀଘ୍ର ଅନୁମୋଦନ ପାଇଁ ସେ ତ୍ୱରିତ ପଦକ୍ଷେପ ନେବା, ଟେଣ୍ଡର ପ୍ରକ୍ରିୟାକୁ ସମୟସୀମା ଭିତରେ ସାରିବା ଏବଂ ଚାଲୁଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ସମସ୍ତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Powered by Froala Editor